ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଦିଗପହଣ୍ଡି ଏନ୍ଏସି ୱାର୍ଡ ନଂ. ୨ କରଣ ସାହି ସ୍ଥିତ ଗୋପବନ୍ଧୁ ବିଦ୍ୟାଳୟର ପୁରୁଣା କୋଠାରେ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଶୁଭ ଉଦଘାଟନ ହୋଇଯାଇଛି ।ଦିଗପହଣ୍ଡି ଗୋଷ୍ଠୀ ସୱାସ୍ଥ୍ୟକେନ୍ଦ୍ର ରେ ଆୟୋଜିତ ରୋଗୀ କଲ୍ୟାଣ ସମିତିର ବୈଠକ ପରେ ମୁଖ୍ୟ ଅତିଥି ତଥା ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଉତ୍ସବ ସ୍ଥଳରେ ପହଞ୍ଚି ଉଦଘାଟନ କରିଥିଲେ।