ଝାରସୁଗୁଡା ଜିଲ୍ଲା ସଦର ଥାନା ଅଞ୍ଚଳରେ ବେଆଇନ ସଟ୍ଟା ଖେଳ ଅଭିଯୋଗ ରେ ଜଣେ ଅଭିଯୁକ୍ତ ଗିରଫ ସହ ବ୍ୟବହୃତ ସାମଗ୍ରୀ ଓ ୨୬୫୦ ଟଙ୍କା ଜବତ। ସୂଚନା ଅନୁଯାୟୀ ଝାରସୁଗୁଡା ସଦର ଥାନା ଅଞ୍ଚଳରେ ବେଆଇନ ସଟା ଖେଳ ଅଭିଯୋଗରେ ଆଜି ସନ୍ଧ୍ୟାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ନେଇ ପୋଲିସ ତରଫରୁ ଆଜି ରାତି ସାଢ଼େ ନଅଟା ସମୟରେ ସୂଚନା ଦିଆଯାଇଛି। ତେବେ ଅଭିଯୁକ୍ତଙ୍କ ନିକଟରୁ 2650 ଟଙ୍କା ଓ ସଟା ଖେଳରେ ବ୍ୟବହୃତ ସଟା ଚିଟ ଏବଂ ନୋଟବୁକ କୁ ଜବତ କରାଯାଇଥିବା ନେଇ ସଦର ଥାନା ପୋଲିସ ତରଫରୁ ସୂଚନା ଦିଆଯାଇଛି।