ପିପିଲି: ବେରବୋଇରେ ନୂତନ ରାଧାମୋହନଦେବ ଗ୍ରାମୀଣ ହାଟ ଉଦଘାଟିତ, ୧୫୦ରୁ ଉର୍ଦ୍ଧ୍ବ ଜନତା ଉପସ୍ଥିତ
Pipili, Puri | Mar 15, 2024 ଶୁକ୍ରବାର ଦିନ ୧ ଘଟିକା ସମୟରେ ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେଲାଙ୍ଗ ବ୍ଲକ ବେରବୋଇଠାରେ ନୂତନ ରାଧାମୋହନ ଦେବ ଗ୍ରାମୀଣ ହାଟ ଉଦ୍ଘାଟନ କରିଛନ୍ତି ପିପିଲି ବିଧାୟକ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା, ଉପଧକ୍ଷ,ଜିଲ୍ଲା ପରିଷଦ, ସମିତିସଭ୍ୟ, ସରପଞ୍ଚ ଏବଂ 150 ରୁ ଅଧିକ ଜନସାଧାରଣ ଉପସ୍ଥିତ ରହିଥିଲେ । ବେରବୋଇ ଛକ ରେ ଏହି ଗ୍ରାମୀଣ ହାଟ ସ୍ଥାନୀୟ ଜନତାଙ୍କ ପାଇଁ ସୁବିଧା ଯୋଗାଇବ । ଦୀର୍ଘ 1 ବର୍ଷ ହେଲା ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ହସ୍ତଗତ ହୋଇଛି ।