ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲା ଟିକାବାଲି ପୋଲିସ ତେଙ୍ଗଡା ପଥର ଛକ ରୁ ଗଂଜେଇ ସହ ବୁଲେଟ ଜବତ, ଦୁଇ ଗିରଫ
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୂକାରୀ ପ୍ରଜ୍ଞା ରୀତମ୍ଭରା କର ଙ୍କ ତତ୍ବାବଧାନରେ ଏସ. ଆଇ. ରବିନ୍ଦ୍ର ହେମ୍ବ୍ରମ, ସମେତ ତାଙ୍କ ସହକର୍ମୀ ମିଲିତରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଦିନ ଦ୍ବିପହରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇ ଟିକାବାଲି ପୋଲିସ୍ ତେଙ୍ଗେଡାପଥର ଛକ ଠାରେ ବୁଲେଟ୍ ଗାଡ଼ି ନମ୍ବର ଓଡି, ୦୭ ଟି ୬୪୨୦ ରେ, ୮ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଯାଉଥିବା ବେଳେ ଗାଡ଼ି ସହିତ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ୍ । ସୂଚନା ମୁତାବକ ପାବୁରିଆ ଠାରୁ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ତେଙ୍ଗେଡାପଥର ଜବତ୍ କରିଥିଲା ।