ବାଲେଶ୍ବର ମ୍ୟୁନିସିପାଲଟି: ରୂପସା ରେଲୱେ ଷ୍ଟେସନ ଠାରେ ୨୧୦ ଗ୍ରାମ ବ୍ରାଉନସୁଗାର ଜବତ,ଦୁଇ ଗିରଫ
ବାଲେଶ୍ଵର ସଦର ଅବକାରୀ ବିଭାଗ ପକ୍ଷରୁ ରୂପସା ରେଲୱେ ଷ୍ଟେସନ ଠାରେ ଆଜି ଚଢ଼ାଉ କରି ୨୧୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇଜଣ ଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ରୂପସା ଥାନା ମିରିଗିମୁଣ୍ଡି ର ସୁଦାମ ବେହେରା,ସାମିଲ ହସନପୁର ର ଗୋକୁଳ ବର।ଜବତ ବ୍ରାଉନସୁଗାର ର ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ।ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ସଂପର୍କରେ ଅପରାହ୍ନ ୫ ଟା ସମୟରେ ସଦର ଅବକାରୀ ଇନ୍ସପେକ୍ଟର ଦୀପ୍ତିମୟୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।