ଟିଟିଲାଗଡ: କାଦୋପଡ଼ା ଗାଁ କୁ ରାଜସ୍ବ ଗ୍ରାମ ମାନ୍ୟତା ନିମନ୍ତ୍ରେ ଦାବି ପତ୍ର ପ୍ରଦାନ
ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ସୂର୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋ ପଡ଼ା ମୌଜା ର ବାସିନ୍ଦା ମାନେ ଆଜି କଂଗ୍ରେସ ନେତା ବିରେନ୍ଦ୍ର ବାଗଙ୍କ ସହ ମିଶି ଜିଲ୍ଲାପାଳଙ୍କ ନିକଟକୁ ଏକ ଦାବି ପତ୍ର ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ଏଠାରେ ଉଲ୍ଲେଖ ରହିଛି ଯେ କାଦୋ ପଡ଼ା ଗ୍ରାମଟି ସୁର୍ଡା ଗ୍ରାମର ପାଲି ଗ୍ରାମ ଆକାରରେ ଆସିଥାଏ, ଏହି ଗ୍ରାମରେ ୮୦୦ ଲୋକ ବସବାସ କରୁଥିବା ବେଳେ ୩୫୦ ଭୋଟର ରହିଛନ୍ତି, ଏତେ ଭୋଟ ସଂଖ୍ୟା ତଥା ଜନସଂଖ୍ୟା ଥାଇ ମଧ୍ୟ ରାଜସ୍ବ ଗ୍ରାମ ମାନ୍ୟତା ପାଇ ନାହିଁ, ତେଣୁ ଏହି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟ