ସୋନପୁର: ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ସଦର ଉପକାରାଗାର ପରିଦର୍ଶନ କରିଛନ୍ତି।
ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଶେଷଜ୍ଞ କମିଟି ସୋନପୁର ଉପକାରାଗାର ପରିଦର୍ଶନ କରିଛନ୍ତି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ଦେବାଶିଷ ଦାସ ଙ୍କ ତତ୍ୱାବଧାନରେ କମିଟି ର ସଦସ୍ୟ ପ୍ରଫେସର ନୀଳାମ୍ବର ଶତପଥୀ, ରାଜୀବ ଲୋଚନ ଗୁରୁ ପ୍ରମୁଖ ଉପକରାଗର କୁ ଯାଇ ଅନ୍ତେବାସୀଙ୍କ ସହ ଏକ ଶିବିର ଅନୁଷ୍ଠିତ ହେବା ସହିତ ଅନ୍ତେବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ କୌଣସି ମାମଲାରେ ଆଇନ ସହ ଦ୍ବନ୍ଦରେ ଥିବା ଶିଶୁ କରାଗାଅରରେ ଥିବା ଅନ୍ୟ କଏଦୀଙ୍କ ସହିତ ରହୁଛନ୍ତି କି ନାହିଁ କମିଟି ପକ୍ଷରୁ ଯାଞ୍ଚ କରିଥିଲେ