ବାମରା ଠାରେ ଗୋବିନ୍ଦପୁର ପଞ୍ଚାୟତ ପକ୍ଷରୁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଇଥିବା ବେଳେ ଏହି ଅବସର ରେ ଏକ ରେଲୀ ଆୟୋଜିତ ହୋଇଥିଲା। ଗୋବିନ୍ଦପୁର ସରପଞ୍ଚ ବିମଳ ଲାକ୍ରା ଙ୍କ ଅଧ୍ୟକ୍ଷତା ରେ ଗୁରୁବାର ଦିନ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏହି ଅବସର ରେ ବାମରା ବ୍ଲକ ଅଫିସ ରୁ ଏକ ସଚେତନତା ରେଲି ବାହାରି ଗୋବିନ୍ଦପୁର ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ଆସିଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ବଲପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଉପ ଆରକ୍ଷୀ ଅଧିକ୍ଷକ ହେମା ମାଳିନୀ ନାୟକ, ନୀରିକ୍ଷକ ସୁକାନ୍ତ କିଶୋର ପ୍ରଧାନ ଓ ସନାତନ ଟୋପ୍ପୋ ଯୋଗଦେଇଥିଲେ।