ଶନିବାର ଦିନ ଜାତୀୟ ରାଜପଥ ନଂ 57 ର ବୌଦ୍ଧ ଥାନା ଖୁଣ୍ଟବନ୍ଧ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ତେଲେଙ୍ଗାନା ରାଜ୍ୟରୁ ଏକ ସିମେଣ୍ଟ ବୋଝେଇ ଟ୍ରକ ବୌଦ୍ଧ ଆସୁଥିବା ବେଳେ ଆଗ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡର ଦୁଇଟି ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା l ଫଳରେ ଡ୍ରାଇଭର ସିଦ୍ଧେଶ୍ୱର ରାଓ ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନା ପଠାଇଥିଲେ l