ବଲାଙ୍ଗୀର ପୋଲିସ ଦ୍ୱାରା ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷିକୀ ଉତ୍ସବ ଆୟୋଜିତ ବଲାଙ୍ଗୀର: ଜାତୀୟ ଭାବନା ଓ ଦେଶପ୍ରେମର ଅଦ୍ଭୁତ ପ୍ରତିକ ‘ବନ୍ଦେ ମାତରମ୍’ ର ୧୫୦ତମ ବର୍ଷିକୀ ଅବସରରେ ବଲାଙ୍ଗୀର ଜିଲ୍ଲା ପୋଲିସ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା। ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ହୋଇ ଥିଲା ଏହି କାର୍ଯ୍ୟକ୍ରମ ରେ ପୋଲିସ କର୍ମଚାରୀମାନଙ୍କ ସହ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଉତ୍ସାହ ପୂର୍ଣ୍ଣ ଭାବେ ଅଂଶଗ୍ରହଣ କରି ‘ବନ୍ଦେ ମାତରମ୍’ ଗାନ ମାଧ୍ୟମରେ ଦେଶପ୍ରେମର ଆତ୍ମାକୁ ସମ୍ମାନ ଜଣାଇଲେ।