ବଲାଙ୍ଗୀର: ପେଲେସ୍ ଲାଇନ୍ରୁ ଭଗୀରଥୀ ଛକ ପର୍ଯ୍ୟନ୍ତ ଦୁର୍ଗାପୂଜା ପଣ୍ଡାଲ ଷ୍ଟଲ ଉପରେ ଅଚାନକ ଚଢ଼ାଉ ୭ କିଲୋ ପଚା ଖାଦ୍ୟ ଜବତ
ବଲାଙ୍ଗୀର ମ୍ୟୁନିସିପାଲିଟି ଅଞ୍ଚଳରେ ଦୁର୍ଗା ପୂଜା ପଣ୍ଡାଲ ପାଖରେ ସ୍ଥାପିତ ହୋଇଥିବା ଖାଦ୍ୟ ଷ୍ଟଲଗୁଡ଼ିକୁ ଲକ୍ଷ୍ୟ କରି ଆଜି ଅଚାନକ ଚଢ଼ାଉ କରିଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଦଳ। ପ୍ୟାଲେସ୍ ଲାଇନ୍ରୁ ଭଗୀରଥୀ ଚକ, କୋସଳ କଳା ମଣ୍ଡଳ ରୋଡ଼ରୁ ବିକ୍ରମ ଛକ ଏବଂ ଶାନ୍ତିପଡ଼ା ପର୍ଯ୍ୟନ୍ତ ବିଭିନ୍ନ ଷ୍ଟଲ ଯାଞ୍ଚ କରାଗଲା। ଏହି ଯାଞ୍ଚ ସମୟରେ ପ୍ରାୟ ୭ କିଲୋ ପଚା ଖାଦ୍ୟ ଜବତ କରି ବାହାର କରାଯାଇଥିଲା। ଷ୍ଟଲ ମାଲିକମାନଙ୍କୁ ଖାଦ୍ୟ ଲାଇସେନ୍ସ/ରେଜିଷ୍ଟ୍ରେସନ୍ ସର୍ଟିଫିକେଟ୍ ପ୍ରଦର୍ଶନ କରିବା