ଜୟପୁର: ବିକ୍ରମଦେଵ ବିଶ୍ୱବିଦ୍ୟାଳୟରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଉଦ୍ୟମିତା ପ୍ରୋତ୍ସାହନ, କାର୍ଯ୍ୟକ୍ରମ,ସ୍ବଦେଶୀ ଜାଗରଣ ମଞ୍ଚର ସଦସ୍ୟ ଙ୍କ ସୂଚନା
ବିକ୍ରମଦେଵ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ସେମିନାର କକ୍ଷଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ଅନ୍ତର୍ଗତ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଆଜି ଅପରାହ୍ନ 3ଟାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ଦେବୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ l ଜୟପୁରର ସଫଳ ଉଦ୍ୟୋଗୀ ସୁବାଷ ରାଉତଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟବକ୍ତା ଭାବେ ସ୍ବଦେଶୀ ଜାଗରଣ ମଞ୍ଚର ପୂର୍ବ, ପୂର୍ବୋତ୍ତର, ଦକ୍ଷିଣ ମଧ୍ୟ ଭାରତ କ୍ଷେତ୍ରର ସଂଗଠକ ଅନ୍ନଦା ଶଙ୍କର ପାଣିଗ୍ରାହୀ ଉପ ସ୍ଥିତ ଥିଲେ l