ପଦ୍ମପୁର: ନୃସିଂହନାଥ ଠାରେ ବିଶ୍ଵଖାଦ୍ୟ ଦିବସ ପାଳନ
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନୃସିଂହନାଥ ଠାରେ ଆଜି ୧୧ଟା ୩୦ ମିନିଟ ସମୟ ପାଖା ପାଖି ରେ ଅହିଂସା କ୍ଲବ ଓ ବିଭନ୍ନ ଅନୁଷ୍ଠାନ ସହଯୋଗ ରେ ବିଶ୍ଵଖାଦ୍ୟ ଦିବସ ପାଳନ ହୋଇଯାଇଛି । ଏଠାରେ ଲୋକେ କିପରି ପାରମ୍ପରିକ ଖାଦ୍ୟ ଓ ସାର ମୁକ୍ତ ଖାଦ୍ୟ ବ୍ୟବହାର କରିବେ ତାକୁ ପ୍ରୋତ୍ସାହନ ଦିଆଯାଇଛି । କିପରି ପକୃତି ସହିତ ତାଳ ମେଲାଇ ଲୋକେ ନିଜର ଆହାର ଶୃଙ୍ଖଳା ବଜାଇ ରଖିବେ ଓ ସାରମୁକ୍ତ ଖାଦ୍ୟ ଖାଇ କେନ୍ସର ପରି ରୋଗରୁ ଲୋକେ ଦୁରହୋଇ ରହିବେ ସେ ଚେଷ୍ଟା କରାଯାଇଛି । ଏହି ଆୟୋଜନରେ ଏକ କଳସ ଯାତ୍ରା ବାହାରି ନୃସିଂହନାଥ ଝରଣାରୁ ପାଣିଆଣି ଥିଲେ ଏବଂ ଦେଶୀ ଧାନ ,ମାଣ୍ଡିଆ , ଦେଶୀ କନ୍ଦମୂଳ,