କଣ୍ଟାମାଳ: ମନମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ବୁଧବାର କଣ୍ଟାମାଳ ବ୍ଲକ ମନମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସଂଘ କଣ୍ଟାମାଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଯୁବ ଶିଳ୍ପପତି ଆଶିଷ କୁମାର ସାହୁ, ସମାଜସେବୀ ସୁଧୀର ମହାକୁଡ, ମନ ମୁଣ୍ଡା ସରପଞ୍ଚ ରଞ୍ଜୁ ବେହେରା ଅତିଥି ଭାବରେ ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ | ବହୁ ସଂଖ୍ୟାରେ ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଜନ ସାଧାରଣ ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ଦେଖିବାକୁ ମିଳିଛି |