ବାମରା ସ୍ଥିତ ଗୋବିନ୍ଦପୁର ଥାନାରେ ଶନିବାର ଦିନ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋବିନ୍ଦପୁର ଥାନା ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଥିବା ଉକ୍ତ ବୈଠକରେ କୁଚିଣ୍ଡା ଉପଖଣ୍ଡ ଅଧିକାରୀ ପ୍ରଦିପ କୁମାର ଦାସ ଉପସ୍ଥିତ ରହି ବୈଠକର ଉଦ୍ଦେଶ୍ୟ ନେଇ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ବେଆଇନ ପାର୍କିଙ୍ଗ, ସ୍ପିଡ ବ୍ରେକର୍, ଦୃତ ଗାଡ଼ି ଚାଲନା, ବଙ୍ଗଲାଦେଶୀ ଙ୍କ ବିଷୟରେ ସୂଚନା ପାଇଲେ ଆଇନ କୁ ହାତକୁ ନନେଇ ପୋଲିସ କୁ ସୂଚନା ଦେବା, ଟ୍ରାଫିକ ସମସ୍ୟା ଓ ଟ୍ରାଫିକ ସମସ୍ୟା ସମେତ ଅନ୍ୟାନ୍ୟ ବିଷୟକୁ ନେଇ ଆଲୋଚନା ହୋଇଥିଲା।