ଝାରସୁଗୁଡା: ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରେ ଦାଦାଗିରି ଅଭିଯୋଗରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରେ ଦାଦାଗିରି କରୁଥିବା ଅଭିଯୋଗ ରେ ତିନି ଜଣ ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି। ତେବେ ଝାରସୁଗୁଡା ପୋଲିସ ବିଜୁ ଏକ୍ସପ୍ରେସ ୱେ, ପଞ୍ଚ ପଡ଼ା ସ୍ଥିତ ଭାଇ ଭାଇ ଢ଼ାବା ନିକଟରେ ଏମିତି ନିତିଦିନିଆ ଘଟଣା ହେଉଥିବା ନେଇ ସୂଚନା ପାଇବା ପରେ ଏକ ପୋଲିସ ଏକ ଟିମ ଗଠନ କରି ସେହି ସ୍ଥାନ ମାନଙ୍କରେ ଚଢ଼ାଉ କରିଥିଲା। ଚଡାଉ କରି ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ତିନୋଟି ଜୀବନ୍ତ ଗୁଳି, ନମ୍ବର ପ୍ଲେଟ ବିହୀନ ଗୋଟିଏ ମୋଟରସାଇକେଲ ଏବଂ ନଗଦ ୪ହଜାର ୬ଶହ ଅଶୀ ଟଙ୍କା ଜବତ