ସୁକିନ୍ଦା: ବନ୍ଧଗାଁରେ ଗାଈ ଆକ୍ରମଣରେ ମହିଳା ଗୁରୁତର
Sukinda, Jajpur | Sep 14, 2025 ସୁକିନ୍ଦା ବ୍ଲକ ଅନ୍ତର୍ଗତ ବନ୍ଧଗାଁରେ ଗାଈ ଆକ୍ରମଣରେ ସ୍ଥାନୀୟ ବାସିନ୍ଦା ମହିଳା ରାନି ମୁଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ରବିବାର ରାତି 8:30 ମିନିଟ ସମୟରେ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।