ଜୟପୁର ସଦରଥାନା ଅନ୍ତର୍ଗତ ଅନ୍ତା ଗ୍ରାମର ଏକ ମୋଟର ସାଇକଲ ଚୋରିକରି ପୋଡିଦେଲେ ଦୁର୍ବୁତ୍ତ l ସଦରଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଆଜି ରାତ୍ର 8ଟାରେ ପୋଲିସ ତରଫରୁ ସୂଚନା ଦିଆଯାଇଛି l ପୋଲିସ ସୂଚନା ଅନୁଯାୟୀ ଅନ୍ତାଗ୍ରାମର ଭକ୍ତରାମ ହରିଜନଙ୍କ ଏକ ହିରୋ ଡିଲକ୍ସ ଗାଡି ଗତ ୪ ତାରିଖରେ ଚୋରି ହୋଇଯାଇଥିଲା। ସେ ଖୋଜାଖୋଜି କରିବା ପରେ ଦିଶରିକୋଣ୍ତେଇ ଠାରେ ପୋଡି ହୋଇ ପଡିଥିବା ଦେଖିବାକୁ ପାଇଲେ। ଚୋରିକରି ପୋଡିଦେଇଥିବା ଆସାମିକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।