ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଉପରେ ହୋଇଥିବା ଜୋତା ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଓକିଲଙ୍କ ଲାଇସେନ୍ସ ରଦ୍ଦ ଓ ହରିୟାଣାରେ ଜଣେ IPS ଅଫିସରଙ୍କ ଚାପରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯିବା ଘଟଣା ସହିତ ଜଡିତ ଅନେକ ଅଭିଯୋଗ ନେଇ ଭୀମ ଆର୍ମି ଜୟ ଭୀମ ସଂଘଟନ ପକ୍ଷରୁ ରାଷ୍ଟ୍ରପତିଙ୍କ ନିକଟକୁ ଏକ ଦାବିପତ୍ର ପ୍ରେରିତ କରାଯାଇଛି। ଏହି ଦାବିପତ୍ର ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ପ୍ରେରଣ ହୋଇଥିଲା।