ସିମୁଳିଆ: ଖନ୍ତାପଡ଼ା ପୋଲିସ ଦ୍ୱାରା ଦୁଇ କୁଖ୍ୟାତ ଲୁଟେରା କୁ ଗିରଫ କରି କୋର୍ଟ ଚାଲାଣ
ଦୁଇ ଜଣ ଡକାୟତ କୁ ଗିରଫ କରି କୋର୍ଟ ଚାଲାଣ କଲା ଖନ୍ତାପଡ଼ା ପୋଲିସ,ଆଜି ଖନ୍ତାପଡ଼ା ପୋଲିସ ଦୁଇ ଜଣ କୁଖ୍ୟାତ ଲୁଟେରା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l ଏହି ଲୁଟେରା ମାନେ ନୀଳଗିରି, ଖନ୍ତାପଡ଼ା, ସିମୁଳିଆ ଜାତୀୟ ରାଜପଥ ରେ ଛିନତାଇ, ଲୁଟ ଆଦି ଅଭିଯୋଗ ରେ ବିଭିନ୍ନ ଥାନା ରେ 28 ଗୋଟି ମାମଲା ରହିଛି, ଏମାନଙ୍କୁ ଗିରଫ ପରେ ତାଙ୍କ ନିକଟରୁ ଏକ ଭୁଜାଲି, ବାଇକ, ଟଙ୍କା ଓ ଲୁଟ ରେ ବ୍ୟବହୃତ ହେଉଥିବା କିଛି ସାମଗ୍ରୀ କୁ ପୋଲିସ ଜବଦ କରିଛି l ଏମାନଙ୍କ ନାଁ ରେ 317/25 ନଂ ମୂଳେ ମାମଲା ରୁଜୁ କରି ଆଜି ଗୁରୁବାର ଅପରାହ୍ନ 5 ଘଟିକା ସମୟରେ କୋର୍ଟ ଚାଲାଣ କରିଛନ୍ତି l