ହିନ୍ଦୋଳ: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳରେ ୭୦୦୦ ବୃକ୍ଷରୋପଣ
ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଟାଟା ଷ୍ଟିଲ୍ (ଟିଏସ୍ଏମ୍) ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି। “ଏକ୍ ପେଡ୍ ମା କେ ନାମ: ୨.୦’ ଅଭିଯାନ ଅଧୀନରେ ୭୦୦୦ ବୃକ୍ଷରୋପଣ କରାଯାଇଛି। ଟିଏସ୍ଏମ୍ର କର୍ମଚାରୀ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଏହି ଅଭିଯାନରେ ଭାଗ ନେଇ ଅନୁଗୋଳ ମ୍ୟୁନିସିପାଲିଟି ଅଞ୍ଚଳ, ବଅଁରପାଳ ପାରିପାଶ୍ୱିର୍କ ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲ ଏବଂ ଢେଙ୍କାନାଳର ଓଡ଼ାପଡ଼ା ବ୍ଲକ୍ରେ ଥିବା ଟିଏସ୍ଏମ୍ ର ଜୈବବିବିଧତା ପାର୍କରେ ଚାରା ରୋପଣ କରିଥିଲେ।