ସୋର: ବାଳଙ୍ଗ ସମେତ ବିଭିନ୍ନ ସ୍ଥାନରେ ସୋର ଅବକାରୀ ବିଭାଗର ଚଢ଼ାଉ, ଦେଶୀମଦ ଜବତ ସହ ୩ ଗିରଫ
Soro, Balasore | Oct 27, 2025 ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀମଦ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ବାଳଙ୍ଗ ଗ୍ରାମରେ ଚଢ଼ାଉ କରି ରେବତୀ ହାଂସଦା ନିକଟରୁ ୩୦ ଲିଟର ଦେଶୀମଦ, ବନାକାନ୍ଥି ଗ୍ରାମର ମହେଶ୍ୱର ସେଠି ନିକଟରୁ ୬୫ ଲିଟର ଦେଶୀମଦ ଏବଂ ଈଶ୍ୱରପୁର ଗ୍ରାମର ଲକ୍ଷ୍ମୀ ସିଂ ନିକଟରୁ ୫୫ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ। ଅପରାହ୍ନରେ ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।