ଛତ୍ରପୁର: ଦୁର୍ନୀତି ରୋକିବାକୁ ରାଜସ୍ବ ବିଭାଗ ପକ୍ଷରୁ ନିଆଯାଉଛି ପଦକ୍ଷେପ, ଛତ୍ରପୁର ଠାରେ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ
ରାଜସ୍ବ ବିଭାଗରେ ଦୁର୍ନୀତି ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଲୋକଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଉଛି। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ।ମଂଗଳବାର ଅପରାହ୍ନରେ ଛତ୍ରପୁର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।