ବାଗଡିଆ ଥାନା କଣଲୋଇ ଗାଁରେ ଷଣ୍ଢକୁ ଟାଙ୍ଗିଆରେ ହାଣିବା ଅଭିଯୋଗରେ ଯୁବକକୁ ଗିରଫ କରିଛି ପୋଲିସ | ଗିରଫ ଯୁବକ ଜଣଙ୍କ ହେଲେ କଣଲୋଇ ଗ୍ରାମର ପଦ୍ମଲୋଚନ ପଲେଇ l ଦୀର୍ଘ ଦିନ ହେବ କଣଲୋଇ ଗାଁରେ ଏକ ଷଣ୍ଢ ଫସଲ ଖାଇବା ସହ ନଷ୍ଟ କରୁଥିଲା | ତେବେ ପଦ୍ମଲୋଚନ ରାଗରେ ଏକ ଟାଙ୍ଗିଆରେ ଷଣ୍ଢର ପିଠିକୁ ଆକ୍ରମଣ କରିଥିଲା | ଷଣ୍ଢଟି ଗୁରୁତର ଆହତ ହୋଇ ଗାଁ ଛକରେ ପଡି ରହିଥିବା ବେଳେ ଗ୍ରାମବାସୀ ବାଗଡିଆ ଥାନାକୁ ଖବର ଦେଇଥିଲେ | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକକୁ ଗିରଫ କରିବା ସହ ଟାଙ୍ଗିଆକୁ ଜବତ କରି ତଦନ୍ତ କରୁଛି |