ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ|ଳୟ ପରିସରରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଆଜି ପାଳିତ ହୋଇଯାଇଛି | ବ୍ଲକର ବିଭିନ୍ନ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ସଙ୍ଗୀତ, ଲେମ୍ବୁ ଚାମଚ, ନୃତ୍ୟ ଓ ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା | ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା |ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ଶିକ୍ଷା ଅଧିକାରୀ ରସ୍ମିତା ନେତାମ ପ୍ରମୁଖ ଯୋଗଦେଇ ପୁରସ୍କୃତ କରିଥିଲେ |