ବଲାଙ୍ଗିର ଜିଲ୍ଲା ଭାଲେର ସ୍ଥିତ ଧନୁଯାତ୍ରା ପଡ଼ିଆରେ ଆୟୋଜିତ ୧୦୬ତମ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ରାଜ୍ୟ ସ୍ଵାସ୍ଥ୍ୟ ମାନ୍ତ୍ରୀ। ନିଜ ଅଞ୍ଚଳର ଲୋକକଳା, ସଂସ୍କୃତି ଏବଂ ଐତିହ୍ୟର ପ୍ରଚାର–ପ୍ରସାର ପାଇଁ ଏତେ ବର୍ଷ ଧରି ଚାଲିଆସୁଥିବା ଏହି ଧନୁଯାତ୍ରା ନିଶ୍ଚୟ ପ୍ରଶଂସନୀୟ ବୋଲି ମନ୍ତ୍ରୀ କହିଛନ୍ତି। ଏହି ସଫଳ ଉଦ୍ୟମ ପାଇଁ ସେ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିବା ବେଳେ, ଆଗାମୀ ଦିନରେ ସମସ୍ତଙ୍କ ମିଳିତ ପ୍ରୟାସରେ ଏହି ମହୋତ୍ସବ ଆହୁରି ଭବ୍ୟ ହେଉ ବୋଲି କାମନା କରିଛନ୍ତି।