ରେଢ଼ାଖୋଲର ଦିବଂଗତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଦିବଂଗତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ସଡ଼କ ଦୁର୍ଘଟଣାରେ ଗତ ଆଠ ତାରିଖରେ ମୃତ୍ୟୁ ହୋଇଥିଲା । ସେ ଖବର ସଂଗ୍ରହ ପାଇଁ ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର କୁ ବାଇକ ଯୋଗେ ଯାଉଥିଲେ । ହେଲେ ଚମ୍ପାଳି ନାଳ ରେ ବାଇକ ଟି ଦୁର୍ଘଟଣା ହୋଇଥିଲା । ଏବଂ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର ବେଳେ ତାଙ୍କ ରାସ୍ତାରେ ମୃତ୍ୟୁ ହୋଇଥିଲା ।