କେଉଁଝର ଜିଲ୍ଲାରେ ଶୀତର ପ୍ରଭାବ ଧୀରେ ଧୀରେ ବଢ଼ିବାକୁ ଯାଉଛି। ଭାରତୀୟ ଆବହାଓୟା ବିଭାଗର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ମଧ୍ୟରେ କେଉଁଝରର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀରୁ ୧୧ ଡିଗ୍ରୀ ସେଲସିଅସ ମଧ୍ୟରେ ରହିବ। ଭୋର ଓ ରାତି ସମୟରେ ଶୀତର ତୀବ୍ରତା ଅଧିକ ଅନୁଭବ ହେବା ସମ୍ଭାବନା ରହିଛି। ଜିଲ୍ଲାବାସୀଙ୍କୁ ଗରମ ପୋଶାକ ବ୍ୟବହାର କରିବା ସହ ବୃଦ୍ଧ ଓ ଶିଶୁମାନଙ୍କ ପ୍ରତି ବିଶେଷ ସତର୍କତା ଅବଳମ୍ବନ କରିବାକୁ ଆଜି ଅପରାହ୍ନ ୨ଟା ସମୟରେ ପରାମର୍ଶ ଦେଇଛି।