ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ରିନବଚନ ଗ୍ରାମ ପଞ୍ଚାୟତର ଉଚ୍ଚ ବାହାଳ ଠାରେ ଶ୍ରୀରାମ ମନ୍ଦିର ନିର୍ମାଣ ଉପଲକ୍ଷେ ଶ୍ରୀରାମ ମହୋତ୍ସବ ବହୁ ଧୁମ୍ଧାମରେ ପାଳିତ ହେଉଛି। ଗତ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବର ପ୍ରଥମ ଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ପରାୟଣ, ରାବଣ ଦରବାର, ଅପେରା, ମିନା ବଜାର ଓ ଝୁଲା ଭଳି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରବଳ ଶୀତ ସତ୍ତ୍ୱେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି।