ଗୋବିନ୍ଦପୁର: ବାମରା ଠାରେ ମାରୱାଡ଼ି ମହିଳା ସମିତି ପକ୍ଷରୁ ରାସ ଗରବା ଉତ୍ସବ ଅନୁଷ୍ଠିତ
ବାମରା ମାରୱାଡ଼ି ମହିଳା ସମିତି ତଥା ଅଗ୍ରୱାଲ ମହିଳା ସମିତିର ମିଳିତ ସହଯୋଗରେ ଚାଲିଥିବା ରାସ ଗରବା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି। ଯେଉଁଥିରେ ବହୁ ସଂଖ୍ୟାରେ ସମାଜର ମହିଳା ମାନେ ପାରମ୍ପରିକ ସାଜସଜ୍ଜା ଓ ବେଶ ଭୂଷାରେ ସାମିଲ ହୋଇ ଗରବା ନୃତ୍ୟ କରିଥିଲେ। ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସହ ଉତ୍ସବ ଶୁଭାରମ୍ଭ କରାଯାଇଥିଲା । ଏଥିରେ ଅଧ୍ୟକ୍ଷା ରଶ୍ମି ଅଗ୍ରୱାଲ, ସଚିବ ଦିବ୍ୟା ବିନ୍ଦଲ, ସୋନା ଅଗ୍ରୱାଲ, ସ୍ଵପ୍ନା ଲାଠ, ସଙ୍ଗିତା ବିନ୍ଦଲ, ମାରୱାଡି ମହିଳା ସମିତି ଅଧ୍ୟକ୍ଷା ଜ୍ୟୋସ୍ନା ଲାଠ ଓ ରେଖା ଜୈନଙ୍କ ସମେତ ସମେତ ସମସ୍ତ ସଦସ୍ୟା ମାନେ ଉତ୍ସବ ପରିଚାଳନା କରିଥିଲେ।