ଆଜି ବଲାଙ୍ଗିର ଜିଲ୍ଲା ପରିଷଦ ସମ୍ମେଳନ କକ୍ଷରେ ଜିଲ୍ଲାପାଳ ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି, ଯୋଜନା ରୂପାୟଣର ସ୍ଥିତି ଓ ଲକ୍ଷ୍ୟ ପ୍ରାପ୍ତି ସମ୍ପର୍କରେ ଆଲୋଚନା କରାଯାଇଛି। ଜିଲ୍ଲାପାଳ ଅଧିକାରୀମାନଙ୍କୁ ଯୋଜନାଗୁଡିକୁ ସମୟମଧ୍ୟରେ ଗୁଣାତ୍ମକ ଭାବେ କାର୍ଯ୍ୟାନ୍ବୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।