ସୁକିନ୍ଦା: ରାବେଣା ସ୍ଥିତ ଇଟା ଭାଟିରେ ସ୍ଵାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ ମୃତ , ଝିଅ ଗୁରୁତର
Sukinda, Jajpur | Oct 21, 2025 ଜଖପୁରା ଥାନା ଅନ୍ତର୍ଗତ ମାଣତିରା ଗ୍ରାମପଞ୍ଚାୟତ ଅଧିନସ୍ଥ ରାବେଣା ସ୍ଥିତ ଇଟା ଭାଟିରେ ସ୍ଵାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ କପୁରା ସୋରେନ ମୃତ୍ୟୁ ବରଣ କରିଥିବା ବେଳେ ଝିଅ ଗୁରୁତର ହୋଇଯାଇଥିଲେ । ଆକ୍ରମଣିକାରୀ ଯୁବକ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର ହୋଇଥିବା ବେଳେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସ୍ଥାନୀୟ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଗୁରୁତର ଥିବା ଝିଅର ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।