ଧମା: ପାଞ୍ଚଫୁଟ ହାଇସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ
ପାଞ୍ଚଫୁଟ ହାଇସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ମାନେଶ୍ଵର ବ୍ଳକ ଅନ୍ତର୍ଗତ ହୁମା ପଂଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ସକାଳେ ବିଦ୍ୟାଳୟସ୍ତରୀୟ ବାଳ ବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହେଇଯାଇଛି।ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ମଙ୍ଗଳୁ କୁମାର ମେହେର ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ବିଜ୍ଞାନ ଶିକ୍ଷକ ମଧୁସୂଦନ ମିଶ୍ର ସ୍ଵାଗତ ବକ୍ତବ୍ଯ ପ୍ରଦାନ କରିଥିଲେ।