ଭଟଲି: କେଲେଣ୍ଡାପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଜାତୀୟ ସ୍ତରୀୟ ଏନକ୍ୱାଶ(NQAS) ସମୀକ୍ଷା ଟିମ,
କେଲେଣ୍ଡାପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ଜାତୀୟ ସ୍ତରୀୟ ଏନକ୍ୱାଶ(NQAS) ସମୀକ୍ଷା ଟିମ,ଭଟଲି ବ୍ଲକ ଅଧିନସ୍ଥ କେଲେଣ୍ଡାପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୁ ଭାରତ ସରକାର ଙ୍କର ଜାତୀୟ ପ୍ରଣାଳୀ ସଂଚାଳନ କେନ୍ଦ୍ର, ନୂଆଦିଲ୍ଲୀ ରୁ ପ୍ରାପ୍ତ ପତ୍ର ସଂଖ୍ୟା ଅନୁସାରେ ରେ ଏକ ଜାତୀୟ ସ୍ତରୀୟ ଏନକ୍ୱାସ ସମୀକ୍ଷ୍ୟା ଟିମ ଆଜି ଦିନ୧୧ଟାରେ ଭାରଚୁଆଲ ମାଧ୍ୟମରେ ସମୀକ୍ଷା କରିଥିଲେ। ଏହି ଟିମରେ ଜାତୀୟ ସମୀକ୍ଷକ ଡ଼ା. ଗଗନ ଦୀପ କୌର ଓ ଡ଼ା. ସନ୍ଦୀପ ଶର୍ମା ପ୍ରମୁଖ ଥିଲେ। ଏହି ସମୀକ୍ଷା ଦଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଦିଆଯାଉଥିବା ସାତଟି ସେବା ଗୁଡିକୁ ବୁଝାଇଥିଲେ।