ତିର୍ତ୍ତୋଲ: ପାରିଲଙ୍କାପଡା ଗ୍ରାମର ମମତା ପରିଡ଼ାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ନେଇ କୃଷ୍ଣାନନ୍ଦପୁର ଥାନାରେ ମାମଲା ରୁଜୁ
ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଥାନା ଅଧିନ ପାରିଲଙ୍କାପଡା ଗ୍ରାମର ମମତା ପରିଡ଼ାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ଘଟଣାରେ ସୋମବାର ଏକ ମାମଲା ରୁଜୁ ହୋଇଛି। କୌଣସି କାରଣ ନଥାଈ ତାଙ୍କ ପୁତୁରା ବୁଦ୍ଧିଆ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସେ ଆହତ ହବା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ଏକ ମାମଲା ୪୯/୨୪ ରୁଜୁକରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।