ଲୋଇସିଂହା: ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମ୍ ରେ ଯୁବ କୁଲୁତା ସମାଜ ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ
ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଅଡିଟୋରିୟମ୍ ରେ ଯୁବ କୁଲୁତା ସମାଜ ତରଫରୁ ନୂଆଖାଇ ଭେଟଘାଟ ଅନୁଷ୍ଠିତ ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ଭୋଇ ମେଡିକାଲ କଲେଜ ଅଡିଟୋରିୟମ୍ ହଲ୍ରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି । ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ ଯୋଗଦେଇଥିଲେ । ଏହି ସମାରୋହରେ ଲୋଇସିଂହା ତଥା ବିଭିନ୍ନ ଅଞ୍ଚଳର କୁଲୁତା ସମାଜ ନେତାମାନେ ଯୋଗଦେଇ ସମାଜର ଏକତା ଓ ଉନ୍ନତି ପାଇଁ ଆହ୍ୱାନ ଜାରି କରିଥିଲେ ।