ଡାବୁଗାଁ: ଡେଙ୍ଗାଗୁଡାରେ ଅବକାରି ଚଢାଉ ଦେଶୀ ମଦ ସହ ବାଇକ ଜବତ
ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ବର ସ୍ଵାଇଁ ଓ ଅବକାରୀ ଅଧିକ୍ଷକ ପ୍ରତାପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଦିଲ୍ଲୀପ କୁମାର ରଥଙ୍କ ନେତୃତ୍ଵରେ ପାପଡ଼ାହାଣ୍ଡି ଅବକାରୀ ଥାନା ଅଧିକାରୀ ତଥା ବିଭାଗୀୟ କର୍ମଚାରି ମାନଙ୍କ ସହ କୋଡିଙ୍ଗା ଥାନା ଅର୍ନ୍ତଗତ ଡେଙ୍ଗାଗୁଡା ଗ୍ରାମ ନିକଟ ରାସ୍ତା ଉପରେ ଚଢ଼ାଉ କରିଥିଲେ | ଜଣେ ପୁରୁଷ ଆସାମୀ ବଳି ଭତରା ନିକଟରୁ ୧୭ ଲିଟର ଚୋରା ଦେଶୀ ହାତ ରନ୍ଧା ମଦ ଜବତ କରାଗଲା ଓ ଗୋଟିଏ ହିରୋ ଗ୍ଲାମର ମୋଟର ସଇକେଲ ନମ୍ବର CG-23F- 0903 ଜବତ କରାଗଲା | ଆସାମୀ କୁ ମାନ୍ୟବର ଏସଡିଯେଏମଙ୍କ ଅଦାଲତରେ ହାଜର କରାଗଲା |