ତିଥି ଅନୁସାରେ ଆଜି ଏବଂ ଆସନ୍ତାକାଲି ହେଉଛି ଆଲୋକର ପର୍ବ ଦୀପାବଳି । ଏଥି ପାଇଁ ଆଜିଠାରୁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ସବୁଠି ଲାଗି ରହିଛି ଉତ୍ସାହ ଉଦ୍ଦୀପନା । ରଙ୍ଗୋଲିରେ ସଜେଇ ହୋଇଛି ଘର ଅଗଣା । ବାଣ ଫୁଟାଇ, ପରସ୍ପରକୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଉଛନ୍ତି। ଏଥିପାଇଁ ଘରେ ଘରେ ସନ୍ଧ୍ୟା ୬ ଟାରୁ ଚିକିମିକ ଆଲୁଅରେ ଝଲସି ଉଠୁଛି।