ତାଳଚେର ସଦର: ତାଳଚେର ଆର୍ଯ୍ୟ ବିହାର ସ୍ଥିତ ସରକାରୀ କର୍ମଚାରୀଙ୍କ ଘରୁ ବିଷାକ୍ତ ନାଗସାପ ଉଦ୍ଧାର ।
ତାଳଚେର ଆର୍ଯ୍ୟ ବିହାରର ସରକାରୀ କର୍ମଚାରୀ ସନିକା ରାଣୀ ଦାସଙ୍କ ବାସଭବନରୁ ଏକ ବିଷାକ୍ତ ନାଗ ସାପକୁ ଉଦ୍ଧାର କରାଯାଇଛି । ମଙ୍ଗଳବାର ଅପରାହ୍ନ ୪.୩୦ମିନିଟ ସମୟରେ ସନିକା ରାଣୀ ନିଜ ଅଫିସରୁ କାମ ସାରି ଘରକୁ ଫେରି ନିଜ ଘର ଭିତରେ ଏକ ବିଷାକ୍ତ ନାଗସାପ ବୁଲୁଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ସତ୍ୟ ସନାତନୀ ସଂଗଠନର ସର୍ପ ଧରାଳି ସଞ୍ଜୟ ମହାପାତ୍ରଙ୍କୁ ଖବର ଦେଇଥିଲେ ସଞ୍ଜୟ ଆସି ସୁରକ୍ଷିତ ସହକାରେ ନାଗସପକୁ ଧରି ନିକଟସ୍ଥ ରାଣୀପାର୍କ ଜଙ୍ଗଲରେ ଛାଡିଥିଲେ ।