ଗୋପାଳପୁର: ସଞ୍ଜ ନଇଁଲେ ଗୋପାଳପୁର ବେଳାଭୂମି ଅନ୍ଧାର, ଭୟରେ ପର୍ଯ୍ୟଟକ
ଗଞ୍ଜାମ ଜିଲ୍ଲା ଗୋପାଳପୁର ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଗୋପାଳପୁର। ଯେଉଁଠି ସଂଧ୍ୟା ପରେ ଘନ ଅନ୍ଧକାର ମାଡ଼ି ଆସିଥାଏ। ଆଉ ଏତିକି ବେଳେ ଭରଷା ସାଜିଥାଏ ଫୁଟପାଥ ବେପାରୀଙ୍କ ବ୍ୟବହୃତ ଲାଇଟର ଅଲୋକ ଶିଖା। ଗୋପାଳପୁର ବେଳାଭୂମିକୁ ଆମୋଦ ପ୍ରମୋଦ ନିମନ୍ତେ ଆସୁଥିବା ପର୍ଯ୍ୟଟକ ଓ ଭ୍ରମଣକାରୀ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷଙ୍କ ଅବହେଳାକୁ ନେଇ ଅଭିଯୋଗ ହେଉଛି।ଶନିବାର ସଂନ୍ଧ୍ଯାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କିଛି ପର୍ଯ୍ୟଟକ। ସେପଟେ ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।