ରାଇରଙ୍ଗପୁର ସହର: ଚଟାଣି ସାହି ଗାଁରେ ସାପ କାମୁଡ଼ାରେ ଜଣେ ଯୁବତୀ ମୃତ
ଜାମଦା ଥାନା ତାରଣା ଗ୍ରାମ ପଞ୍ଚାୟତ ଅଞ୍ଚଳ ଚଟାଣି ସାହି ଗାଁ ରେ ଶନିବାର ସକାଳ ୬ ଟା ସମୟ ଘରେ ଶୋଇ ଥିବା ଯୁବତୀ ନେହା ପରବିନ ଙ୍କୁ ବିଷାକ୍ତ ସାପ କାମୁଡି ଦେଇଥିଲା। ଏହା ପରେ ପରିବାର ଲୋକ ମାନେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସିତ ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପରେ ଜାମଦା ଥାନା ପୁଲିସ ମୃତଦେହ କୁ ଜବତ କରି ରାଇରଙ୍ଗପୁର ଡ଼ାକ୍ତରଖାନାରେ ବ୍ୟବଛେଦ ପରେ ପରିବାର ଲୋକ ମାନଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।