ଅବକାରୀ ବିଭାଗ ଦ୍ଵାରା ବିପୁଳ ପରିମାଣର ମଦ ଓ ପୋଚ ଜବତ କରାଯାଇଛି। ଅଧିକ୍ଷକ ପ୍ରଶାନ୍ତ କହଁରଙ୍କ ନିର୍ଦ୍ଦେଶ କ୍ରମେ ଓ ବାରିପଦା ସଦର ଅବକାରୀ ଥାନା ଟିମ ବେତନଟୀ ଥାନା ଅନ୍ତର୍ଗତ ବାତକଟା ଗ୍ରାମ ଅଞ୍ଚଳରେ ଶନିବାର ଦିନ ଚଢ଼ାଉ କରିଥିଲେ। ୨୪୦ ଲିଟର ଦେଶୀ ରନ୍ଧା ମଦ ଓ ୩୭୫୦ ଲିଟର ମହୁଲ ପୋଚ ଜବତ କରାଯାଇଛି। ଚଢ଼ାଉ ସମୟରେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଥିଲେ।