ବାମରା ବ୍ଲକ ବାଉଁଶଲଗା ପଞ୍ଚାୟତ ଅନ୍ତର୍ଗତ ଗୁର୍ଲା ଗ୍ରାମ ରେ ବେଆଇନ ମଦ ବିକ୍ରୟ ହୋଇ ଆସୁଥିବା ବେଳେ କେତେକ ଲୋକ ମଦ ପିଇ ଗଣ୍ଡଗୋଳ କରୁଥିବା ଯୋଗୁଁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିବା ଅଭିଯୋଗ ରହିଛି। ଅନ୍ୟପଟେ ସ୍କୁଲ ନିକଟରେ ମଧ୍ୟ ଖୋଲମଖୋଲା ମଦ ବିକ୍ରି ହେଉଥିବା ଯୋଗୁଁ କେତେକ ସ୍କୁଲ ଛାତ୍ର ମଧ୍ୟ ନିଶାର ବଶବର୍ତ୍ତୀ ହେଉଛନ୍ତି। ଏଣୁ ଗୁର୍ଲା ଗ୍ରାମ ଅଞ୍ଚଳରେ ବିକ୍ରି ହେଉଥିବା ବେଆଇନ ମଦ ବ୍ୟବସାୟକୁ ବନ୍ଦ କରିବା ଦାବି ନେଇ ଗ୍ରାମର କେତେକ ମହିଳା ମାନେ ଗୁରୁବାର ଗୋବିନ୍ଦପୁର ଥାନା ଓ ଅବକାରୀ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।