ରଣପୁର: ରାଜସୁନାଖଳା କୁ ଏନ୍ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନରେ ବସିଲେ : ସାମ୍ବାଦିକ
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳାକୁ ଏନ୍ ଏ ସି ମାନ୍ୟତା ଦାବିରେ ଆମରଣ ଅନଶନ ଜାରି l ସ୍ଥାନୀୟ ସାମ୍ବାଦିକ ତଥା ସମାଜସେବୀ ଆର୍ତତ୍ରାଣ ପ୍ରଧାନ ମଙ୍ଗଳବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି l ସ୍ଥାନୀୟ ସିଟିସ୍କୁଲ ପଡିଆ ଠାରେ ମଞ୍ଚ ପ୍ରସ୍ତୁତ କରି ଅହୋରାତ୍ର ଆମରଣ ଅନଶନରେ ବସିଛନ୍ତି ଆର୍ତତ୍ରାଣ l ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ଏହି ଅନଶନ ଜାରି ରହିଛି l ତେବେ ଏହି ଅନଶନ କୁ ସ୍ଥାନୀୟ ବୁଦ୍ଧିଜୀବୀ, ସ୍ବେଛାସେବୀ, ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ସମର୍ଥନ ଜଣାଇଛନ୍ତି l