ନବରଙ୍ଗପୁର ଜିଲ୍ଲା ଲୋକ ମହେତ୍ସବ ମଣ୍ଡେଇ ଆସନ୍ତା ୧୩ ତାରିଖ ଦିନ ହେବାକୁ ଥିବା ବେଳେ ଆଜି ଝରିଗାଁ ବ୍ଲକ ମହକୁମା ଠାରେ ବ୍ଲକ ସ୍ତରୀୟ ମଣ୍ଡେଇ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରିଥିଲା।ଏଥିରେ ଆଦିବାସୀ ନୃତ୍ୟ,ଘୁମୁରା, ବନାବାଡି ,ମାଦଲି ନାଚର ତାଳେ ତାଳେ ସମସ୍ତ ଅତିଥି,ଗ୍ରାମବାସୀ, ଜନପ୍ରତିନିଧି, ସରକାରୀ କର୍ମଚାରୀ ପ୍ରମୁଖ ସାମିଲ ହୋଇ ଝରିଗାଁ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପହଞ୍ଚି ମଶାଲ ସ୍ଥାପନ ହୋଇଥିଲା।