ଆଜି ରାତିରେ ଗୋପାଲଜୀ ମନ୍ଦିର ନିକଟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବୁଲେଟ ଗାଡ଼ିର ଧକ୍କାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ପରିଚୟ ଶ୍ରୀରାମ ନାୟକ ବୋଲି ଜଣାପଡ଼ିଛି। ପ୍ରଥମେ ତାଙ୍କୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେ ଜୀବନ–ମରଣ ସଂଗ୍ରାମରେ ଯୁଝୁଛନ୍ତି। ସେ ସିକା ବେହେଙ୍ଗା ଗ୍ରାମର ବୋଲି ଜଣାପଡ଼ିଛି ଏବଂ ଏକ କପଡ଼ା ଦୋକାନରେ କାମ କରୁଥିଲେ। ଆଜି ରାତି ୯ଟା ସମୟରେ ଟାଉନ୍ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି।