ବାମରା ବ୍ଲକ ସଗରା ପଞ୍ଚାୟତ ଅନ୍ତର୍ଗତ ବୁଣ୍ଡୁକାମାଲ ଠାରେ ଚାଳିଥିବା ପଞ୍ଚ ଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି। ୟଙ୍ଗଷ୍ଟର କ୍ଳବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଗୋଟି ଦଳ ଭାଗ ନେଇଥିଲେ। ବୁଧବାର ଦିନ ଏହାର ଫାଇନାଲ ମ୍ୟାଚ୍ ଆୟୋଜିତ ହୋଇଥିବା ବେଳେ ଏଥିରେ ସୁନ୍ଦରଗଡ଼ ଜିଲ୍ଲା ସଲଙ୍ଗାବାହାଲ ଦଳ କୁ ୨-୧ ଗୋଲ ରେ ପରାସ୍ତ କରି ବିର୍ତୁଲା ଟିମ୍ ବିଜେତା ହୋଇଥିଲା।