ବୀରମହାରାଜପୁର: ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ରକ୍ତଦାନ ଶିବିର ଅନୁଷ୍ଠିତ
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପି ପକ୍ଷରୁ ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳ ସଭାପତି ମୁକୃ ବାଘଙ୍କ ତତ୍ୱାବଧାନାରେ ଆୟୋଜିତ ଏହି ଶିବିରକୁ ଜିଲ୍ଲା ସଭାପତି ବେଣୁଧର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତାକାତି ଶିବିରକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ସାଂସଦ ନୋମିନି ରାଧାକାନ୍ତ ମହାକୁର, ବିଜୟ ମହାକୁର, ବଳରାମ ସୁନା, ଦିଲ୍ଲୀପ ପୁରୋହିତ, ଉଷା କୁମାରୀ, ଡ଼ ବିଶ୍ୱନାଥ ମେହେର, ଅଶୋକ ପୃଷ୍ଟି,ଅବସର ପ୍ରାପ୍ତ ଶିକ୍ଷକ ଯୋଗେନ୍ଦ୍ର ପଣ୍ଡା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ