କୋଟପାଡ: ମାଦି ଘାଟି ରାସ୍ତା ନିଜେ ମରାମତି କଲେ ଗାଁ ଲୋକେ l
ବୈପାରୀଗୁଡା ବ୍ଲକ ବୋଦାପୁଟ ପଞ୍ଚାୟତ ମାଦି ଗାଁ ଘାଟି ରାସ୍ତା ନିଜେ ମରାମତି କଲେ ଗାଁ ଲୋକେ l ମଙ୍ଗଳ ବାର ଅପରାହ୍ନ ଚାରିଟା ସମୟରେ ଗାଁ ଲୋକେ ପ୍ରାୟ ୧୦୦ ମିଟରରୁ ଅଧିକ ଘାଟି ରାସ୍ତା ମରାମତି କରିଛନ୍ତି l ଆଖ ପାଖ ପାଞ୍ଚ ଖଣ୍ଡ ଗାଁ ର ସମସ୍ତ ବୟସ୍କ ଏବଂ ଯୁବକ ଶ୍ରମଦାନ କରିଛନ୍ତି l ହାତରେ କୁଦାଳଧରି,ଖାଲ ଖୋମା ରାସ୍ତାରେ ମାଟି ଢାଳି ସମତୁଲ କରିଥିବା ଦେଖିବାକୁ ମିଳିଛି l ସୂଚନା ଥାଉକି ବୈପାରୀଗୁଡା ବ୍ଲକ ଓ ବୋଦାପୁଟ ପଂଚାୟତ ର ଉପାନ୍ତ ଗାଁ ମାଦି ରାସ୍ତା କୁ ନେଇ ଅଭିଯୋଗ କଲେ ବି କେହି ଶୁଣିଲେନି ଏଣୁ ନିଜେ ଗାଁ ଲୋକେ ରାସ୍ତା ମରାମତି କଲେ l