ପଟ୍ଟାଙ୍ଗୀ: ଭାଲୁଗୁଡ଼ା ଗ୍ରାମରେ ବିକଟ ଜଳ ସଂକଟ ଫାଟିଗଲା ସୋଲାର ଜଳ ପ୍ରକଳ୍ପ ଟାଙ୍କି, ବିଧାୟକ ଦ୍ବାରସ୍ଥ ଗ୍ରାମବାସୀ
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କସନ୍ଦୀ ପଞ୍ଚାୟତ ର ଭାଲୁଗୁଡ଼ା ଗ୍ରାମରେ ଏବେ ବିକଟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ୧୫ ଘରର ପ୍ରାୟ ୬୦ ଜଣ ବସତି ସ୍ଥାପନ କରିଛନ୍ତି। ହେଲେ ସୋଲାର ଜଳ ପ୍ରକଳ୍ପ ଥିଲା ସେହି ଗ୍ରାମର ଜଳର ଏକମାତ୍ର ବିକଳ୍ପ ବ୍ୟବସ୍ଥା। ପ୍ରକଳ୍ପର ଟାଙ୍କି ଫାଟି ଯାଇଥିଲା ବର୍ତ୍ତମାନ ଗ୍ରାମବାସୀ ପ୍ରାୟ ୧ କିଲୋମିଟର ଦୂରରେ ଅବସ୍ଥିତ ଚୁଆରୁ ଜଳ ଆଣି ଜୀବନ ଜାପନ କରିବାକୁ ବାଧ୍ୟ ହେଉଛନ୍ତି। ଗ୍ରାମବାସୀମାନେ ଆଜି ଅପରାହ୍ନ ୪ଟା ସମୟରେ ସ୍ଥାନୀୟ ବିଧାୟକରାମଚନ୍ଦ୍ର କାଡ଼ାମଙ୍କ ଦ୍ବାରସ୍ଥ ହୋଇଛନ୍ତି।